Arishi Kaachaghara kichhi apekhya Lyrics || Singer : Gaurav Anand || Lyrics - J.P. Wordsmith
New Odia Song : Arishi Kaachaghara kichhi apekhya presented by Label: Vtunes Pro Singer : Gaurav Anand Lyrics - J.P. Wordsmith Music Production - Suryaa_jit
Arishi Kaachaghara kichhi apekhya Songs Image
SONG CREDITS
Song : Arishi Kaachaghara kichhi apekhya
Singer : Gaurav Anand
Lyrics - J.P. Wordsmith
Music Production - Suryaa_jit
Label: Vtunes Pro
Editor : Abhilash Kar
Story Screenplay & Direction: Soumya Rath
Banner - Vtunes Pro
___________________________________
Arishi Kaachaghara kichhi apekhya Lyrics
ରାତିର ଭଙ୍ଗା ସପନ..
ତୁମର ମୋର ସମାନ..
ଲୁହ ମାନଙ୍କ ଯୋ' ଆକାର...
କିଛି ଭିନ୍ନ ନୁହେଁ ରେ ଆମର..
ଏକାକୀ ମୋର ହୃଦୟ ..
ଦୂରତା କାହିଁ ମାପେ ରେ..
ଜାଣେନା କାହା ଜମିରେ..
କବର ସେ ନିଜ ଖୋଳେ ରେ..
Hook~ ହୃଦୟର ସବୁ ହା' ହା' କାର..
ଦେଖେ ଧୂଆଁ ସେ ଗୋଟେ ରଙ୍ଗ ର..
ହୃଦୟର ସବୁ ହା' ହା' କାର..
ଆଖିର ନିଆଁ ଛୁଅଁନା କାହାର .. (2)
Antra~1
ସ୍ମୃତିର କୁନି କୁନି ପାଦ..
ଚଢ଼ି ଯାଏ ତା' ବଦନରେ..
ପିଲା ଦିନର ମୋ ଜାମା ପଟା..
ରଖିଛି କେତେ ଯତନରେ..
ତା' ଆଖିର ନଈ ଯେତେ..
ବାଲିରେ ପୋତି ହେଲାଣି..
ସମୟର ଆରିଶି କୁ..
ଦେଖୁଛି ଖାଲି ସେ ମୋ ପାଇଁ..
ତା' କୋଳେ ମୁହଁ ରଖି କହିବି..
ବୋଉ ଏବେ ତୋ ପାଖେ ମୁଁ ରହିବି..
Hook~ ହୃଦୟର ସବୁ ହା' ହା' କାର..
Antra~2
ସୁଖର ଦରବ ମିଳେନି..
ନିବୁଜ ସବୁରି ଦୋକାନ..
ଜୀବନ ଇସ୍ତଫା ଦିଏନି ..
ତା' ହାତେ ଆଶାର କଲମ..
ଆଞ୍ଜୁଳାରେ ମାଗି ମୁଁ ନେଇଛି,
ଜହ୍ନର କିଛି କିରଣ..
ଘରେ ଅଛି ମୋ ଟିକି ତାରା ସେ,
ତା ପାଇଁ ଚେନାଏ ସପନ..
ଆଜି ମୁଁ ଗଲେ ସେ କହିବ..
ଖେଳଣା ଆଣିନ ଚଳିଵ..
Hook~ ହୃଦୟର ସବୁ ହା' ହା' କାର..
Lyrics - J.P. Wordsmith
___________________________________
Arishi Kaachaghara kichhi apekhya Song Full HD Video Song
Thank you for visit a2z odia Lyrics, comments below if any correction about this post.

0 Comments